ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍ଜିରେ ଚାଲିଥିବା ଅଲ୍ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ୬ ଦଫା ଦାବି ନେଇ ଆଶାୟୀମାନେ ଅହୋରାତ୍ର ଧାରଣାରେ ବସିଥିବା ବେଳେ ଆଜି ସରକାରଙ୍କ ସହ ଆଲୋଚନା ପରେ ଧାରଣାରୁ ଉଠିଛନ୍ତି ।ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ସାମୂହିକ ଧାରଣା ପ୍ରତ୍ୟାହାର କରିଛନ୍ତି ଶିକ୍ଷକ ଆଶାୟୀ । ଆଲୋଚନା ସମୟରେ ସେମାନଙ୍କ ୬ ଦଫା ଦାବି ନେଇ ସରକାରଙ୍କ ପକ୍ଷରୁ ଆଶ୍ୱାସନା ମିଳିଥିବା ଆଶାୟୀମାନେ କହିଛନ୍ତି ।ଆଗାମୀ ୪ ମାସ ମଧ୍ୟରେ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ଦାବି କରିଛି ଶିକ୍ଷକ ଆଶାୟୀ ସଂଘ । ସରକାରଙ୍କ ଆଶ୍ୱାସନା ପରେ ଆନ୍ଦୋଳନରୁ ଓହରିଛନ୍ତି ଆଶାୟୀ । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେଲେ ପରବର୍ତ୍ତୀ ପଦକ୍ଷେପ ନେବା ନେଇ ଆଶାୟୀମାନେ ଚେତାବନୀ ଦେଇଛନ୍ତି ।










