28.1 C
Bhubaneswar
Friday, August 21, 2026
Homeଓଡିଶାଭୁବନେଶ୍ବର ରେଳୱେ ଷ୍ଟେସନରେ ହାତଗୋଡ଼ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼

ଭୁବନେଶ୍ବର ରେଳୱେ ଷ୍ଟେସନରେ ହାତଗୋଡ଼ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼

ଭୁବନେଶ୍ବର : ବର୍ବରତାର ସୀମା ଟପିଲେ ଭୁବନେଶ୍ବର ରେଳୱେ ଷ୍ଟେସନରେ ଥିବା ଦୋକାନୀ । ମାନସିକ ବିକୃତ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ୮-୧୦ ଜଣ ମିଶି ଯୁବକଙ୍କ ଗୋଡ଼ ହାତ ବାନ୍ଧି ମାଡ଼ ମାରି କଲେ ଲହୁ ଲୁହାଣ । ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ସାମ୍ନାକୁ ଆସିଛି ଭୁବନେଶ୍ବର ରେଳୱେ ଷ୍ଟେସନରେ ଥିବା ବ୍ୟବସାୟୀଙ୍କ ଗୁଣ୍ଡାଗର୍ଦ୍ଦିର ଦୃଶ୍ୟ । ଘଟଣାଟି ୧୧ ଅଗଷ୍ଟ ରାତିର ବୋଲି ଜଣା ପଡ଼ିଛି । ଆକ୍ରମଣର ଶିକାର ହେଇଥିବା ଯୁବକ ଜଣଙ୍କ ହେଲେ ବୌଦ୍ଧ ତଳଗାଁର ଭରତ ବେହେରା । ଭରତ ଜଣେ ମାନସିକ ବିକୃତ ଯୁବକ ବୋଲି ପୁଲିସ ଜାଣିବା ପାଇଁ ପାଇଛି । ଘଟଣା ଦିନ ଭରତ ଭୁବନେଶ୍ବର ରେଳୱେ ଷ୍ଟେସନ ଆସିଥିଲେ। ରାତିରେ ଦୋକାନ ବନ୍ଦ ଥିବାରୁ ଦୋକାନରୁ ଖାଇବା ଆଣିଥିଲେ ।କିଛି ଦୋକାନୀ ବିରୋଧ କରିବାରୁ ଦୋକାନକୁ ଭଙ୍ଗାରୁଜା କରିଥିଲେ । ପରେ ଷ୍ଟେସନ ଥିବା କିଛି ବ୍ୟବସାୟୀ ରାଗିଯାଇ ତାଙ୍କ ହାତଗୋଡ଼ ବାନ୍ଧି ମୁଣ୍ଡ ମାଡ଼ ମାରିଥିଲେ । ଆହତ ଯୁବକଙ୍କୁ ଜିଆରପି ଥାନାରେ ଦେବା ପରେ ଥାନାରେ ମାମଲାର ରଫଦଫା ହେଇଥିଲା । କିନ୍ତୁ ଏବେ ଭିଡିଓଟି ସାମ୍ନାକୁ ଆସିବା ପରେ ଜିଆରପି ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଷ୍ଟେସନରେ ଲାଗିଥିବା ସିସିଟିଭି, ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ, ଦୋକାନୀକୁ ତଦନ୍ତ ପରିସର ଭୁକ୍ତ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking