32.1 C
Bhubaneswar
Tuesday, August 25, 2026
Homeଓଡିଶାସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ

ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ଲାଠିକଟା ହାତୀଓଡ଼ା ଗାଁରେ ଘରେ ଶୋଇଥିବା ବେଳେ ସର୍ପାଘାତରେ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ଭାଇର ବୟସ ୭ ଓ ଭଉଣୀର ବୟସ ୧୦ ବର୍ଷ ବୋଲି ଜଣାପଡିଛି। ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡ଼ିଥିବା ସୂଚନା ମିଳିଛି। RGH ମେଡିକାଲ୍ ରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଭାଇଭଉଣୀଙ୍କ ମୃତ୍ୟୁ ନେଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଲୋକେ ମର୍ମାହତ ହୋଇପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking