ଜଗତସିଂହପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ତାଙ୍କର ଦୁଇଟି ବହୁତଳ କୋଠା ସହ ଗୋଟିଏ ଟେଣ୍ଟ ହାଉସ୍ ଠାବ କରାଯାଇଛି।ଭିଜିଲାନ୍ସର ଚଢ଼ାଉ ବେଳେ ଭଞ୍ଜକିଶୋରଙ୍କ ଘରୁ ପ୍ରାୟ ୨୧୦ ଗ୍ରାମ ସୁନା ଅଳଙ୍କାର ଏବଂ ଗୋଟିଏ ଚାରିଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି। ଏହାସହ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି।ସୂଚନା ଅନୁସାରେ, ପ୍ରାୟ ୩ କୋଟି ଟଙ୍କାର ହେରଫେର୍ ଅଭିଯୋଗରେ ଭଞ୍ଜକିଶୋର ବେହେରାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ସମ୍ପର୍କିତ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି। ଭିଜିଲାନ୍ସ ପକ୍ଷରୁ ଠାବ କରାଯାଇଥିବା ସମ୍ପତ୍ତିର ମୂଲ୍ୟ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ ପରେ ସ୍ପଷ୍ଟ ହେବ।










