ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠସ୍ଥଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ । ଆଜି ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କଲା ଓଡ୍ରାଫ ଟିମ । ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡଙ୍ଗାରେ ଉଦ୍ଧାର କରିଛି ଓଡ୍ରାଫ ଟିମ । ସେମାନଙ୍କ ମଧ୍ୟରେ ୧୪୦ ଜଣ ଛାତ୍ର ଥିବା ବେଳେ ୯୦ ଛାତ୍ରୀ ଥିବା ଜଣାପଡିଛି । ବନ୍ୟା ଯୋଗୁଁ ପ୍ରାୟ ଅଢେଇ ଶହରୁ ଅଧିକ ଛାତ୍ରଛାତ୍ରୀ ଫସି ରହିଥିଲେ । ଏହି ସ୍କୁଲଟି ନଦୀ କୂଳରେ ରହିଥିବାରୁ ହଠାତ ଶନିବାର ବନ୍ୟା ଆସିଯିବାରୁ ପିଲାମାନେ ହଷ୍ଟେଲ ଭିତରେ ରହିଯାଇଥିଲେ । ନଦୀରେ ପାଣି ବଢୁଥିବାରୁ ହଷ୍ଟେଲରେ ଥିବାରୁ ଗଭୀର ନଦୀ ସ୍ରୋତରେ ପିଲାଙ୍କୁ ଉଦ୍ଧାର କରି ଆଣିବା ପାଇଁ ପ୍ରଶାସନ ରିସ୍କ ନେଇପାରୁନଥିଲା । ଗତକାଲି ମେଡିକାଲ ଟିମ ଯାଇ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ଗତକାଲି ମେଡିକାଲ ଟିମ ଯାଇ ପିଲାଙ୍କ ସ୍ୱସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ଗତକାଲି ତୁଳନାରେ ଆଜି ନଦୀର ଜଳସ୍ତର ବଢିଛି ।










