ଭୁବନେଶ୍ୱର: ଚଳିତ ଲଘୁଚାପର ପ୍ରଭାବ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି ଯେ, ଆମକୁ ବିଶେଷକରି ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡିବ । ସାଳନ୍ଦୀ ପାଇଁ ପୁଣି ତିହିଡି, ଚାନ୍ଦବାଲି କିଛି ଅଞ୍ଚଳ ପ୍ରଭାବିତ ହେବ । ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ । ବୈତରଣୀ ନଦୀରେ ପାଣି ବଢିବ, ମାତ୍ର ବନ୍ୟା ହେବନି । ଅନ୍ୟପଟେ ବୁଢାବଳଙ୍ଗରେ ଜଳସ୍ତର ବଢୁଛି, ସତର୍କ ସଂକେତ ଛୁଇଁପାରେ । ମହାନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ । ଗତ ୨୪ ଘଣ୍ଟାରେ ୧୭ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ।










