28.1 C
Bhubaneswar
Thursday, August 13, 2026
Homeଓଡିଶାପ୍ରବଳ ବର୍ଷା: ମୟୁରଭଞ୍ଜରେ ସମସ୍ତ ସ୍କୁଲ ବନ୍ଦ

ପ୍ରବଳ ବର୍ଷା: ମୟୁରଭଞ୍ଜରେ ସମସ୍ତ ସ୍କୁଲ ବନ୍ଦ

ମୟୁରଭଞ୍ଜ: ଗତ ରାତିରୁ ଆରମ୍ଭ ହୋଇ ଏଯାଏଁ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର ସମସ୍ତ ପ୍ରକାର ସ୍କୁଲ , କଲେଜ ବନ୍ଦ ରହିବ । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତରଫରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ କ୍ଷେତ୍ରରେ ଥିବା ସରକାରୀ, ସରକାରୀ ସହାୟକ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେବେ ଯେପରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ବନ୍ଦ ରଖାଯାଏ । ତଥାପି ସମସ୍ତ ପ୍ରଧାନଶିକ୍ଷକ , ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଅଭଭାବକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ବିଦ୍ୟାଳୟ ବନ୍ଦ ରହିବାର ସୂଚନା ପ୍ରସାର କରିବେ । ଯେପରି କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସନ୍ତି । ଏହି ସୂଚନା ଜିଲ୍ଲା ଶିକ୍ଷା ଅଧିକାରୀ ମୟୁରଭଞ୍ଜ ତରଫରୁ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking