31.1 C
Bhubaneswar
Wednesday, August 12, 2026
Homeଓଡିଶାଟ୍ରାକ୍ଟର ତଳେ ଚାପି ହୋଇ ଚାଷୀ ମୃତ

ଟ୍ରାକ୍ଟର ତଳେ ଚାପି ହୋଇ ଚାଷୀ ମୃତ

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଶଙ୍କରଡ଼ା ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ସୁରୁଣ୍ଡି ଗ୍ରାମର ପିତାମ୍ବର କର୍ଣ୍ଣ (୬୦) ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ପିତାମ୍ବର ନିଜ ଜମିରେ ହଳ କରିବା ପାଇଁ ଟ୍ରାକ୍ଟର ଯୋଗେ ଶଙ୍କରଡ଼ା ଗ୍ରାମ ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ହଠାତ୍ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ପିତାମ୍ବର ଟ୍ରାକ୍ଟର ତଳେ ଚାପି ଯାଇ ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସମ୍ପର୍କରେ ଖବର ପାଇ ହରଭଙ୍ଗା ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking