28.9 C
Bhubaneswar
Friday, August 7, 2026
Homeଓଡିଶାଭୂସ୍ଖଳନ ରୋକିବାକୁ ଚିହ୍ନଟ ହେବ ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତା

ଭୂସ୍ଖଳନ ରୋକିବାକୁ ଚିହ୍ନଟ ହେବ ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତା

ଭୁବନେଶ୍ୱର:  ଭୂସ୍ଖଳନ ଆଶଙ୍କାରେ ପାହାଡ଼ିଆ ରାସ୍ତା ଚିହ୍ନଟ କରିବା ପାଇଁ ପ୍ରସ୍ତାବ ମାଗିଲେ ସରକାର । ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ଘଟୁଥିବା ଭୂସ୍ଖଳନକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମ୍ବେଦନଶୀଳ ରାସ୍ତାଗୁଡ଼ିକ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଭୂସ୍ଖଳନ ପ୍ରଭାବିତ ରାସ୍ତାର ସୁରକ୍ଷା ଓ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF)ରୁ ୨୦୨୬-୨୭ ଆର୍ଥିକ ବର୍ଷରେ ଅର୍ଥ ପ୍ରଦାନ କରାଯିବ ।ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଜାରି ଚିଠିରେ କୋରାପୁଟ, ଜୟପୁର, ସୁନାବେଡା, ମାଲକାନଗିରି, ନବରଙ୍ଗପୁର, ବାରିପଦା, କରଞ୍ଜିଆ, ରାୟଗଡ଼ା, ଗୁଣୁପୁର ଓ ଗଜପତି ସମେତ ବିଭିନ୍ନ ଡିଭିଜନର ଅଧୀକ୍ଷଣ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ପ୍ରସ୍ତାବରେ ରିଟେନିଂ ୱାଲ୍‌, ଢାଳ ସ୍ଥିରୀକରଣ, ଉନ୍ନତ ଡ୍ରେନେଜ୍‌, ରକ୍‌ଫଲ୍‌ ସୁରକ୍ଷା, ଷ୍ଟୋନ୍‌ ପିଚିଂ ଏବଂ ବାୟୋ-ଇଞ୍ଜିନିୟରିଂ ଭଳି ବ୍ୟବସ୍ଥା ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ପ୍ରସ୍ତାବ ୭ ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking