ଅନୁଗୋଳ : କୋଇଲା, ପାଉଁଶ ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ବନ୍ଦ ଦାବି । ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଅନୁଗୋଳ ଜିଲ୍ଲା କଂଗ୍ରେସ । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରାଯାଉଥିବା ବେଳେ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ୍ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅପିଲ୍ କରାଯାଇଛି ।କଂଗ୍ରେସର ଅଭିଯୋଗ ଜିଲ୍ଲାରେ ବ୍ୟାପକ କୋଇଲା ଓ ପାଉଁଶ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ ସହ ଶବ୍ଦ ପ୍ରଦୂଷଣ ଓ ସଡ଼କ ଦୁର୍ଘଟଣା ବଢ଼ୁଛି। ବହୁ ଦୁରାରୋଗ୍ୟ ରୋଗର ଶିକାର ହେଉଛନ୍ତି ଅନୁଗୋଳବାସୀ । ତେଣୁ ପ୍ରଦୂଷଣମୁକ୍ତ ଅନୁଗୋଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିରେ ସହଯୋଗ କରି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଳାର ସମସ୍ତ ସଂଘ ଓ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।










