ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ କରାଯାଇଛି । ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ପରେ କର୍ତ୍ତୃପକ୍ଷ ଡ୍ୟାମର ୮ ନମ୍ବର ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୮ ନମ୍ବର ଗେଟ ଏବଂ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨୦୦୦ ଘନ ମିଟର ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ପ୍ରାୟ ୨୫୦୦ ଘନ ମିଟର ଜଳ ପ୍ରବେଶ କରୁଛି । ସୂଚନା ଅନୁଯାୟୀ, ରେଙ୍ଗାଳି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୨. ୧୪ ମିଟରରେ ପହଞ୍ଚିଛି । ଜଳସ୍ତରକୁ ନିୟନ୍ତ୍ରଣ ରଖିବା ପାଇଁ ଡ୍ୟାମର ଗେଟ ଖାଲାଯାଇ ଜଳ ନିଶ୍କାସନ କରାଯାଉଛି ।










