ଭୁବନେଶ୍ୱର: ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଳାବଜାରୀ ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସମେଣ୍ଟ ଟିମ ।ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ୨ ଲକ୍ଷ ୩୭ ହଜାର ୨୦୨ ଟନ ସାର ମହଜୁଦ ଅଛି । ୨ ଲକ୍ଷ ୬ ହଜାର ୩୬୮ ଟନ ପିଏସିଏସକୁ ଦିଆସରିଛି । ୧୪୨୬ ଟନ ଡିଲରଙ୍କୁ ଦିଆଯାଇଛି । ୨୯ ହଜାର ଟନ ସାର ଷ୍ଟକ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।










