ନୂଆଦିଲ୍ଲୀ : ସାଉଦି ଆରବର ରିୟାଦର ମୁସା ସନୈୟ ଅଞ୍ଚଳରେ ଏକ ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜଣ ପ୍ରବାସୀ ବାଂଲାଦେଶୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଘଟଣାର ସତ୍ୟାସତ୍ୟ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ଗଭୀର ଦୁଃଖ ଏବଂ ସମବେଦନା ବ୍ୟକ୍ତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ରବିବାର ସ୍ଥାନୀୟ ସମୟ ଅପରାହ୍ମ ୩ଟା ୩୦ ସମୟରେ ରିୟାଦର ଖୋର୍ଦ୍ଦମ ଅଞ୍ଚଳସ୍ଥ ସୋଫା କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାର ଖବର ପାଇବା ମାତ୍ରେ ରିୟାଦରେ ଥିବା ବାଂଲାଦେଶୀ ଦୂତାବାସର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ପୀଡିତମାନଙ୍କୁ ଚିହ୍ନଟ କରିବା ସହ ଏ ମୃତଦେହଗୁଡିକୁ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକୀୟ ଔପଚାରିକତା ପୂରଣ କରିବା ପାଇଁ ସାଉଦି କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ଭାବରେ ସମନ୍ୱୟ ସ୍ଥାପନ କରୁଛନ୍ତି । ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛି ।










