31.1 C
Bhubaneswar
Saturday, August 8, 2026
Homeଓଡିଶାଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ପୁଣି ଘାରିଲା ବର୍ଷା ଭୟ । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ପାଗ ବଦଳିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଲଘୁଚାପ ଗଠନ ପୂର୍ବରୁ ହିଁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ରେଡ ଆଲର୍ଟ । ଅତ୍ୟଧିକ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟ ଜଳମଗ୍ନ ହେବା ଏବଂ ନଦୀ ନାଳରେ ଜଳସ୍ତର ବଢିବାର ଆଶଙ୍କା ରହିଛି । ଲଗାଣ ବର୍ଷା ହେଲେ ନଦୀର ଜଳସ୍ତର ବଢିବା ସହ ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି । ପୂର୍ବରୁ ବର୍ଷା ଓ ବନ୍ୟାରେ ପ୍ରଭାବିତ ଅଞ୍ଚଳ ପାଇଁ ଏହି ନୂଆ ଲଘୁଚାପ ଆହୁରି ଚିନ୍ତା ବଢାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking