32.4 C
Bhubaneswar
Wednesday, August 5, 2026
Homeଓଡିଶାଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ

ଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ତୃତୀୟ ତଥା ବ୍ରହ୍ମପୁର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଗତକାଲି ରାତିରେ ସେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିଥିଲେ । ଆଜି ବ୍ରହ୍ମ ମୂହୂର୍ତ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧବଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ଶିବମନ୍ଦିରରେ ରାଷ୍ଟ୍ରପତିଙ୍କ ତରଫରୁ ଜଳାଭିଷେକ ଓ ପୁଷ୍ପାଭିଷେକ କରାଯାଇଛି । ସକାଳ ଜଳଖିଆ ପରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନ ଯାଇ ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଏଠାରୁ ସେ ସିଧା ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking