28.9 C
Bhubaneswar
Friday, August 7, 2026
Homeଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ; ଖୁବଶୀଘ୍ର ସମାଧାନ: ଭିସି

ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ; ଖୁବଶୀଘ୍ର ସମାଧାନ: ଭିସି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାରି ରହିଥିବା ବିବାଦ ଏଯାଏଁ ତୁଟିନାହିଁ । ଏହି ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏପର୍ୟ୍ୟନ୍ତ କୌଣସି ସହମତି ହୋଇପାରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।କୁଳପତି ଆହୁରି କହିଛନ୍ତି ଯେ, ବିବାଦ ଚାଲିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିମ୍ବା ହଷ୍ଟେଲ ପରିଚାଳନା ଉପରେ ପଡ଼ିନାହିଁ। ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାଗତ ଓ ପ୍ରଶାସନିକ କାର୍ୟ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସେ କହିଛନ୍ତି।ଏବେ ସମସ୍ତଙ୍କ ନଜର ରହିଛି କୁଳାଧିପତି, ଉଚ୍ଚ ଶିକ୍ଷା ବିଭାଗ ଏବଂ ସମ୍ପୃକ୍ତ ପକ୍ଷମାନଙ୍କ ଆଲୋଚନା ଉପରେ। ଏହି ବିବାଦର ସମାଧାନ କେବେ ବାହାରିବ ଏବଂ ରେଭେନ୍ସାର ପରିସ୍ଥିତି କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଶିକ୍ଷାମହଳ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପେକ୍ଷା ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking