ଭୁବନେଶ୍ୱର :ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ଖବର ସମ୍ପର୍କରେ ସ୍ପଷ୍ଟୀକରଣ । ସ୍ପଷ୍ଟୀକରଣ ଜାରି କଲା ଗଣଶିକ୍ଷା ବିଭାଗ । ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା କିଛି ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଉକ୍ତ ଖବରର କୌଣସି ଯଥାର୍ଥତା ନାହିଁ କହିଲା ବିଭାଗ । ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯୋଗାଇ ଦିଆଯିବ ।










