ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ । ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ କରି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ କରାଯାଇଛି । କୁର୍ତ୍ତିକା_କ୍ରେପ ୨୦୧୭ ନାମକ ଆଇଡିରୁ ଭିଡିଓ ଭାଇରାଲ କରାଯାଇଛି । ଏନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବୁ ।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ କହିଛନ୍ତି ଯେ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାର ଖବର ଆମ ପାଖରେ ନାହିଁ । ତେବେ ଆପଣଙ୍କ ଠାରୁ ଏହି ଖବର ପାଇବା ପରେ ଏନେଇ ଆମେ ତଦନ୍ତ କରିବୁ । ଯାହା ଆଇନଗତ ଦିଗ ରହିଛି ସେ ନେଇ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି ରହିଛି । ତେବେ ଭକ୍ତଙ୍କୁ ଆମେ ଅନୁରୋଧ କରୁଛୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଯାହା ଗାଇଡ ଲାଇନ ଅଛି ତାହା ପାଳନ କରନ୍ତୁ । ନହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।










