ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସେପ୍ଟେମ୍ବରରେ ଭାରତ ଗସ୍ତ କରିପାରନ୍ତି । BRICS ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଆସିବାର ସମ୍ଭାବନା ରହିଥିବା ନେଇ ସୂତ୍ରରୁ ସୂଚନା ମିଳିଛି । ଯଦି ଏହି ଗସ୍ତ ହୁଏ, ତେବେ ୨୦୨୦ ମସିହାର ଗଲୱାନ ଉପତ୍ୟକା ସଂଘର୍ଷ ପରେ ସି ଜିନପିଙ୍ଗଙ୍କର ଏହା ହେବ ପ୍ରଥମ ଭାରତ ଯାତ୍ରା ।ଗଲୱାନ ଘଟଣା ପରେ ଭାରତ-ଚୀନ୍ ସମ୍ପର୍କରେ ବ୍ୟାପକ ତିକ୍ତତା ସୃଷ୍ଟି ହୋଇଥିଲା। ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଏବେ BRICS ମଞ୍ଚରେ ଦୁଇ ଦେଶର ନେତାଙ୍କ ସାକ୍ଷାତ ହେଲେ, ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ଦିଗ ଖୋଲିପାରେ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି । BRICS ସମ୍ମିଳନୀରେ ବିଶ୍ୱ ଅର୍ଥନୀତି ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ।










