ବଲାଙ୍ଗୀର : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜାରି ରହିଛି ବିବାଦ । ଆଜି ବଲାଙ୍ଗୀର ତବଲଵାଞ୍ଜି ଗାଁକୁ ଖାଲି କରିବାକୁ ଲୋୟର ସୁକତେଲ ପ୍ରକଳ୍ପ ପ୍ରଶାସନ ପୁଲିସ ଫୋର୍ସ ନେଇ ଗାଁକୁ ଯାଇଥିଲେ । ହେଲେ ସେଠାରେ ଗାଁ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ପୁଲିସ ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଛି ମହିଳାଙ୍କୁ ଉଠାଇ ନେଇଛି । ଗାଁଲୋକ ନିଜ ଦାବିରେ ଅଡ଼ି ବସିଛନ୍ତି ।ସେମାନଙ୍କ ଗାଁର ଆଂଶିକ ବୁଡ଼ୁଥିବାବେଳେ ଅଧା ଲୋକ ଗାଁ ଭିତରେ କିଭଳି ବଞ୍ଚିବେ ବୋଲି ପ୍ରଶ୍ନ କରିଛ ନ୍ତି। ଖାଲି ସେତିକି ନୁହେଁ ବିସ୍ଥାପିତ ଲୋକଙ୍କ ପାଇଁ ଏ ଯାଏଁ ଜମି ଚି଼ହ୍ନଟ ହୋଇଥିଲେ ହେଁ ଘର ନିର୍ମାଣ ହୋଇ ନାହିଁ । ଆଉ ପୁନର୍ବାସ ସର୍ଭେରେ ବି ପ୍ରକଳ୍ପ ଅଧିକାରୀମାନେ ବ୍ୟାପକ ଅନିୟମିତତା କରିଥିବାରୁ ପୁଣିଥରେ ଆରମ୍ଭରୁ ସର୍ଭେ କରିବା ପାଇଁ ଆନ୍ଦୋକାରୀମାନେ ଜିଦ୍ରେ ଅଡ଼ି ବସିଛନ୍ତି ।










