31.7 C
Bhubaneswar
Tuesday, August 4, 2026
Homeଦେଶ ବିଦେଶସେମିକଣ୍ଡକ୍ଟର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଅଗ୍ନିଶମ କର୍ମଚାରୀ ସହିଦ

ସେମିକଣ୍ଡକ୍ଟର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଅଗ୍ନିଶମ କର୍ମଚାରୀ ସହିଦ

ନୂଆଦିଲ୍ଲୀ : ଗ୍ରେଟର ନୋଏଡା ଚିପ୍ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଯାଇଥିବା ୨ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ। ଗ୍ରେଟର ନୋଏଡାର ଏକ ବିଦ୍ୟୁତିକ ଚିପ୍ ବା ସେମିକଣ୍ଡକ୍ଟର ଉତ୍ପାଦନ କାରଖାନାରେ  ଭୟାବହ ଅଗ୍ନିକାଣ୍ଡରେ  ଘଟିଛି । ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଇକୋଟେକ୍-୩ ଶିଳ୍ପାଞ୍ଚଳରେ ଅବସ୍ଥିତ ‘ଆଇ.ଏଲ.ଜି.ଆଇ.ଏମ୍’ କମ୍ପାନିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅତି କମରେ ୬ଟି ଦମକଳ ଗାଡ଼ି ମୁତୟନ କରାଯାଇଥିଲା ।ମଙ୍ଗଳବାର ପୁଲିସ ସୂଚନା ଦେଇଛି ଯେ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିବା ସମୟରେ କାରଖାନା ଭିତରର ଏକ କାନ୍ଥ ଏବଂ ଲୁହା ବିମ୍ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଫାୟାରମ୍ୟାନ୍ ରୋହିତ ଯାଦବ ଏବଂ ହେଡ୍ କନଷ୍ଟେବଲ୍ ଡ୍ରାଇଭର ତୀର୍ଥପାଲଙ୍କର ମୃତ୍ୟୁ ଘଟିଥିଲା । ଆହତ ଅନ୍ୟ ୩ ଜଣ ଅଗ୍ନିଶମ କର୍ମଚାରୀଙ୍କର ଚିକିତ୍ସା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking