31.7 C
Bhubaneswar
Tuesday, August 4, 2026
Homeଦେଶ ବିଦେଶନିରାମୟରେ ଏକ୍ସପାୟରି ଔଷଧ ଖାଇବା ପରେ ନାବାଳକ ଅସୁସ୍ଥ

ନିରାମୟରେ ଏକ୍ସପାୟରି ଔଷଧ ଖାଇବା ପରେ ନାବାଳକ ଅସୁସ୍ଥ

ବରଗଡ: ରୋଗୀଙ୍କ ଜୀବନ ସହ ଖେଳ । ନିରାମୟରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ। ବରଗଡ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଠାକୁ ଆସିଥିବା ଜଣେ ଆହତ ବାଳକଙ୍କୁ ସେଭଳି ମେଡିସିନ ଦିଆଯିବା ଏବଂ ତାହା ଖାଇବା ପରେ ରୋଗୀଙ୍କ ମୁଣ୍ଡ ବୁଲାଇବା ଜଣାପଡିବା ପରେ ଜନ ଅସନ୍ତୋଷ ବଢି ଚାଲିଛି । ମେଡିସିନର ଏକ୍ସପାୟରୀ ତାରିଖ ଗତ ମେ ମାସରେ ସରିଯାଇ ଥିବା ବେଳେ ସେହି ମେଡିସିନ ରୋଗୀଙ୍କୁ ଦିଆଯାଇଥିଲା ବୋଲି ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking