ନୂଆଦିଲ୍ଲୀ : ହରିୟାଣାରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି । ଭୋଟର ତାଲିକା ଯାଞ୍ଚ ସମୟରେ ପ୍ରାୟ ୩୪ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି ।ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦ ହଜାର ୬୨୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ୨ କୋଟି ୬ ଲକ୍ଷରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିଥିଲେ । ରିପୋର୍ଟ ଅନୁଯାୟୀ, ୨୪ ଜୁଲାଇ ପର୍ଯ୍ୟନ୍ତ ମୋଟ ୨ କୋଟି ୬ ଲକ୍ଷ ୫୫ ହଜାର ୯୨୯ ଜଣ ଭୋଟରଙ୍କ ମଧ୍ୟରୁ ୧ କୋଟି ୭୨ ଲକ୍ଷ ୭୨ ହଜାର ୬୨୭ ଜଣ ଭୋଟର ନିଜର ଗଣନା ଫର୍ମ ଦାଖଲ କରିଛନ୍ତି । ଏହା ଏସଆଇଆର ପ୍ରକ୍ରିୟାରେ ଭୋଟରଙ୍କ ବ୍ୟାପକ ଅଂଶଗ୍ରହଣକୁ ଦର୍ଶାଉଛି ।ଏସଆଇଆର ଯାଞ୍ଚ ସମୟରେ ୨୪.୧୩ ଲକ୍ଷ ଭୋଟର ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଅନୁପସ୍ଥିତ କିମ୍ବା ଅନ୍ୟ ଶ୍ରେଣୀରେ ଥିବା ଜଣାପଡ଼ିଥିଲେ । ସେହିପରି ୬.୬୬ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୨.୦୪ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ସାମିଲ ଥିବା ଚିହ୍ନଟ ହୋଇଛନ୍ତି ।










