29.5 C
Bhubaneswar
Saturday, August 1, 2026
Homeଦେଶ ବିଦେଶବର୍ଷାର ତାଣ୍ଡବ: ଇଡୁକ୍କି ଭୂସ୍ଖଳନରେ ମହିଳା ମୃତ

ବର୍ଷାର ତାଣ୍ଡବ: ଇଡୁକ୍କି ଭୂସ୍ଖଳନରେ ମହିଳା ମୃତ

କେରଳ: କେରଳରେ ମୌସୁମୀ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ଧରି ପ୍ରବଳ ବର୍ଷା ରାଜ୍ୟର ଅନେକ ସ୍ଥାନରେ ସଙ୍କଟ ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ  ଅନେକ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନର ଘଟଣା ଦେଖିବାକୁ ମିଳୁଛି । ଏହାଯୋଗୁଁ ଏପର୍ଯ୍ୟନ୍ତ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ପରିସ୍ଥିତି ଖରାପ ହେଉଥିବା ଦେଖି ପ୍ରଶାସନ ପକ୍ଷରୁ ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଇଡୁକ୍କି ଜିଲ୍ଲାରେ ଶନିବାର ଭୋର୍ ସମୟରେ ଆଦୁରମାଲା ଅଞ୍ଚଳରେ ଭୂସ୍ଖଳନ ଏକ ସୁଖୀ ପରିବାରକୁ ଉଜାଡ଼ି ଦେଇଛି । ପାହାଡ଼ରୁ ଭୂସ୍ଖଳନ ମାଟି ପଡ଼ିବା ଫଳରେ ସୁମତି ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ସେମାନଙ୍କ ଘର ଉପରେ ମାଟି ଧସି ପଡ଼ିଥିଲା। ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳଙ୍କ ତୁରନ୍ତ ପ୍ରୟାସ ଯୋଗୁଁ ସୁମତିଙ୍କ ସ୍ୱାମୀ ରବି ଏବଂ ତାଙ୍କ ପୁଅକୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ସେମାନେ ଗୁରୁତର ଆହତ ହୋଇଥିବାରୁ ଚିକିତ୍ସାଲାଗି ଥୋଡୁପୁଝାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking