ନୂଆଦିଲ୍ଲୀ: ଭାରତର ପ୍ରିତି ପାୱାର କମନୱେଲ୍ଥ ଗେମ୍ସ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରି ମହିଳା ୫୪ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ ମୁକାବିଲାରେ ସେ କାନାଡାର ସ୍କାରଲେଟ୍ ସାଭାନା ଡେଲଗାଡୋଙ୍କୁ ପରାସ୍ତ କରିଥିଲେ।ମୁକାବିଲାର ତୃତୀୟ ରାଉଣ୍ଡରେ ସ୍କାରଲେଟ୍ ଜୋରଦାର ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଆରମ୍ଭରୁ ହିଁ ସେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରୀତିଙ୍କ ଉପରେ ଲଗାତାର ଚାପ ସୃଷ୍ଟି କରିଥିଲେ। ତେବେ ଭାରତୀୟ ବକ୍ସର ପ୍ରିତି ପାୱାର ଅତ୍ୟନ୍ତ ସଂଯମର ସହ ଖେଳି ସମଗ୍ର ମୁକାବିଲାରେ ନିଜର ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଥିଲେ।ପ୍ରଥମ ଦୁଇଟି ରାଉଣ୍ଡରେ ଦମଦାର ପ୍ରଦର୍ଶନର ଫାଇଦା ପ୍ରୀତିଙ୍କୁ ମିଳିଥିଲା ଏବଂ ଶେଷରେ ସେ ମୁକାବିଲାକୁ ନିଜ ନାମରେ କରି କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ବକ୍ସିଂର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସିଂ ଦଳର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ହୋଇଛି।










