34.4 C
Bhubaneswar
Saturday, August 1, 2026
Homeଓଡିଶାଷ୍ଟ୍ରେଚରରେ ଶିଶୁର ମୃତଦେହ ରଖି ରାସ୍ତାରୋକ

ଷ୍ଟ୍ରେଚରରେ ଶିଶୁର ମୃତଦେହ ରଖି ରାସ୍ତାରୋକ

ଭୁବନେଶ୍ୱର: ଷ୍ଟ୍ରେଚରରେ ମୃତ ଦେହ ଓ ରାସ୍ତାରେ ଆନ୍ଦୋଳନ । ୯ ବର୍ଷର ମୃତ ଶିଶୁ ଅଂଶୁମାନର ମୃତ ଦେହ ରଖି ରାସ୍ତାରୋକ କଲେ ପରିବାର ଲୋକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଶିଶୁ ଭବନ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶିଶୁର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକ ।  ସାମନ୍ତରାପୁର ଅଞ୍ଚଳର ଅଂଶୁମାନ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ତାଙ୍କୁ ‘ବ୍ରେନ୍ ଡେଡ୍’ ଘୋଷଣା କରିଥିଲେ । ହେଲେ ଏହାପରେ କ୍ଲିୟରାନ୍ସ ନଦେଇ ମେଡିକାଲ କର୍ତ୍ତୃପକ୍ଷ ପିଲାଟି ବଞ୍ଚିଥିବାର ମିଛ ନାଟକ ରଚିବା ସହ ବ୍ଲାଙ୍କ ପେପରରେ ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ଅବହେଳା କରିଥିବା ଡାକ୍ତରଙ୍କୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking