34.4 C
Bhubaneswar
Saturday, August 1, 2026
Homeଓଡିଶାବନ୍ୟାଞ୍ଚଳ ବୁଲିଲେ ବିଧାୟକ ଅରବିନ୍ଦ ମହାପାତ୍ର

ବନ୍ୟାଞ୍ଚଳ ବୁଲିଲେ ବିଧାୟକ ଅରବିନ୍ଦ ମହାପାତ୍ର

କେନ୍ଦ୍ରାପଡ଼ା: ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ଜିଲ୍ଲାର ପ୍ରମୁଖ ନଦୀ କରାଣ୍ଡିଆ ଓ ଲୁଣାରେ ବନ୍ୟା ଜଳ ଆସିବା ଫଳରେ ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି । ବିଶେଷ କରି ଗରଦପୁର ଓ ମାର୍ଶାଘାଇ ବ୍ଲକର ଅନେକ ପଞ୍ଚାୟତରେ ବନ୍ୟା ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।କରାଣ୍ଡିଆ ଓ ଲୁଣା ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ କୂଳିଆ ଅଞ୍ଚଳର ଚାଷ ଜମି ସହ ବସତି ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ଗରଦପୁର ଓ ମାର୍ଶାଘାଇ ବ୍ଲକର ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପାଣି ଘେରରେ ରହିଛି। ଗମନାଗମନ ବାଧାପ୍ରାପ୍ତ ହେବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ନିଜେ ବନ୍ୟା ଘେରରେ ଥିବା ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ବିଶେଷ କରି ଖାଦ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବା ପହଞ୍ଚୁଛି କି ନାହିଁ, ସେ ନେଇ ସେ ତଦାରଖ କରିଛନ୍ତି । ଏହି ସଙ୍କଟ ସମୟରେ ବିଧାୟକ ଲୋକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ବନ୍ୟା ବିପନ୍ନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking