ଭୁବନେଶ୍ୱର: ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି l ପ୍ରଥମେ ତାଙ୍କୁ ଏକ ବିଶାଳ ବାଇକ ରାଲିରେ ସଭାସ୍ଥଳକୁ ପାଛୋଟି ନିଆ ଯାଇଥିଲା l ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାଙ୍ଗଠନିକ ସଭାରେ କଂଗ୍ରେସ ଦଳର କର୍ମକର୍ତ୍ତାଙ୍କୁ ଦଳକୁ କିପରି ମଜବୁତ କରି କ୍ରିୟାଶୀଳ କରାଯାଇ ପାରିବ ସେଇ ବିଷୟରେ ନିଜ ବ୍ୟକ୍ତବ୍ୟରେ କହିଥିଲେ ଯେ, ପ୍ରତ୍ୟେକ କର୍ମକର୍ତ୍ତା ନିଜ ଭିତରେ ମନାନ୍ତର ଓ ମତାନ୍ତର ଭୁଲି କେବଳ ଦଳପ୍ରତି ନିଷ୍ଠାବାନ ହୋଇ କାମ କରନ୍ତୁ ଏବଂ ଲୋକଙ୍କ ପାଖକୁ ଯାଇ ସଂଗଠନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ l ଏହି ସାଙ୍ଗଠନିକ ସଭାରେ ବିଧାୟକ ସିଏସ ରାଜନ ଏକ୍କା, ଓପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସବୀର ହୁସେନ, ପୂର୍ବତନ ସଭାପତି ଜ୍ଞାନ ଦାସ, ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ l










