ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରହିବ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଭୁବନେଶ୍ୱର ଓ କଟକରେ ରହିଛି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ। ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଏୟାରପୋର୍ଟଠାରୁ ରେଲୱେ ଷ୍ଟେସନ ଏବଂ ରୁଟ୍ ପର୍ଯ୍ୟନ୍ତ ସବୁଠି ରହିବ କଡ଼ା ସୁରକ୍ଷା । ରୁଟ୍ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଡିଏସ୍ପି ରାଙ୍କର ଅଧିକାରୀଙ୍କ ସହ ଏସ୍ପି ଓ ଏସ୍ପି ରାଙ୍କର ଅଧିକାରୀମାନେ ନିୟୋଜିତ ରହିବେ। ସୁରକ୍ଷା ବ୍ୟବସ୍ଥାର ସମସ୍ତ ଦିଗକୁ ନିଜେ ନଜରରେ ରଖିବେ ପୋଲିସ କମିଶନର ଦେବଦତ୍ତ ସିଂ।










