35.2 C
Bhubaneswar
Saturday, August 1, 2026
Homeଓଡିଶାହୀରାକୁଦରେ ବଢ଼ୁଛି ଜଳସ୍ତର: ଖୋଲା ରହିଛି ୨୨ଟି ଗେଟ

ହୀରାକୁଦରେ ବଢ଼ୁଛି ଜଳସ୍ତର: ଖୋଲା ରହିଛି ୨୨ଟି ଗେଟ

ସମ୍ବଲପୁର: ରାଜ୍ୟରେ ଲଗାଣ ବର୍ଷା ପରେ ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଇବା ସହ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଛି। ସୋମବାର ସକାଳ ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୨୫.୪୭ ଫୁଟ ରେ ପହଞ୍ଚିଛି।ସରକାରୀ ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ୪,୨୫,୭୪୩ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ଡ୍ୟାମରୁ ୩,୧୩,୧୬୫ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୨ଟି ଗେଟ ଖୋଲା ରଖାଯାଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି।ସେପଟେ, କଟକ ନିକଟସ୍ଥ ମୁଣ୍ଡଳୀରେ ମହାନଦୀର ଜଳପ୍ରବାହ ବଢ଼ି ୭,୧୮,୦୦୦ କ୍ୟୁସେକ ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ ତଳିଆ ଅଞ୍ଚଳରେ ପ୍ରଶାସନ ସତର୍କତା ଜାରି କରିଛି। ଜଳସ୍ତର ଓ ପ୍ରବାହ ଉପରେ ନିରନ୍ତର ନଜର ରଖାଯାଉଥିବା ଜଳସମ୍ପଦ ବିଭାଗ ସୂଚନା ଦେଇଛି।ହୀରାକୁଦରୁ ଜଳ ନିଷ୍କାସନ ଜାରି ଥିବାରୁ ମହାନଦୀର ତଳମୁଣ୍ଡ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ଏବଂ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking