28.3 C
Bhubaneswar
Thursday, July 30, 2026
Homeଦେଶ ବିଦେଶପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବନ୍ଦେ ମାତରମ୍‌ ବିଲ୍‌ ପାରିତ

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବନ୍ଦେ ମାତରମ୍‌ ବିଲ୍‌ ପାରିତ

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିରେ ସଂସଦର ଉଭୟ ସଦନରେ ଗୁରୁବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୁରୁବାର ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଜାତୀୟ ସମ୍ମାନ (ସଂଶୋଧନ) ବିଲ୍, ୨୦୨୬କୁ ବାଚନିକ ଭୋଟ ମାଧ୍ୟମରେ ପାରିତ କରାଯାଇଥିଲା। ବିରୋଧୀ ସଦସ୍ୟଙ୍କ ବିରୋଧ ଯୋଗୁଁ ଗୃହକୁ ଶୁକ୍ରବାର ସକାଳ ୧୧ ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି । ଏହି ବିଲ୍‌ ରାଜ୍ୟସଭାରେ ପାରିତ ହୋଇସାରିଛି ।

ଅନ୍ୟପକ୍ଷରେ ରାଜ୍ୟ‌ସଭାରେ ଗୁରୁବାର ସାର୍ବଜନୀନ ପରୀକ୍ଷା (ଅସାଧୁ ମାଧ୍ୟମ ନିବାରଣ) ସଂଶୋଧନ ବିଲ୍‌ ୨୦୨୬ ଉପସ୍ଥାପନ କରାଯାଇଛି। ବିଲ୍‌କୁ ନେଇ ଲୋକସଭାରେ ଦୀର୍ଘ ସମୟ ଧରି ବିତର୍କ ପରେ ବୁଧବାର ପାରିତ ହୋଇଥିଲା। ରାଜ୍ୟସଭାରେ ବିଲ୍‌ ଉପରେ ବିତର୍କବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ, ନୂଆ ବିଲ୍‌ରେ କିଛି ନୂଆ ନାହିଁ। ସେ କହିଥିଲେ ଯେ, ପରୀକ୍ଷା ପରିଚାଳନା ପଦ୍ଧତିରେ ସଂସ୍କାର ଦ୍ୱାରା ହିଁ ପ୍ରକୃତ ପରିବର୍ତ୍ତନ ଆସିପାରିବ। ଖଡ଼ଗେ କହିଛନ୍ତି, ୨୦୨୪ ମସିହାରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ କଠୋର ଆଇନ ଆଣିବା ପାଇଁ ଦାବି କରିଥିଲେ। ଖଡ଼ଗେ ସାର୍ବଜନୀନ ପରୀକ୍ଷା (ଅସାଧୁ ମାଧ୍ୟମ ନିବାରଣ) ସଂଶୋଧନ ବିଲ୍‌ ୨୦୨୬ ନେଇ ରାଜ୍ୟସଭାରେ ବିତର୍କବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁପସ୍ଥିତିକୁ ‌ନେଇ ପ୍ରଶ୍ନ ଉଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking