ଭୁବନେଶ୍ୱର: ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା । ଏନେଇ ପ୍ରେସମିଟ କରି ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଆହୁରି କହିଛନ୍ତି, ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବଡ ବନ୍ୟା ଆସିବାର ଆଶଙ୍କା ରହିଛି । ଯାଜପୁର , ଧାମନଗରରେ ଦିନେ ଦୁଇ ଦିନ ପାଇଁ ବର୍ଷା ବିତ୍ପାତ ଦେଖାଯିବାର ଆଶଙ୍କା ରହିଛି । ଜଳକା ପାଇଁ ବସ୍ତା ଓ ବାଲେଶ୍ୱର ସଦର ପ୍ରଭାବିତ ହେବ । ହୀରାକୁଦର ପ୍ରାୟ ଗେଟ ବନ୍ଦ କରାଯାଇ ମାତ୍ର ଦୁଇଟି ଗେଟ ଖୋଲା ରଖି ୩୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯେତେହୁ ଆଗକୁ ୨ ଦୁଇ ଦିନ ବର୍ଷା ରହିଛି ,ସେନେଇ ହୀରାକୁଦରୁ ଆଉ କୌଣସି ଗେଟ ଖୋଲାଯିବ ନାହିଁ । ମୁଣ୍ଡଳୀ ବ୍ୟାରେଜ ଦେଇ ବନ୍ୟା ପାଣି ପ୍ରବାହିତ ହେଉଛି । ଦିନ ୧୧ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ ୩୭ ହଜାର ୫୮୫ କ୍ୟୁସେକ ପ୍ରବାହିତ ହେଉଛି। ଆଜି ମୁଣ୍ଡଳୀ ଦେଇ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବା ବୋଲି ଆକଳନ କରାଯାଉଛି। ଦକ୍ଷିଣ ଓଡିଶାରେ ଚଳିତ ଥର କମ ବର୍ଷା ହୋଇଛି, ସେଥିପାଇଁ ସଂରକ୍ଷଣ ବ୍ୟବସ୍ଥା ଭଲ ପରିସ୍ଥିତିରେ ନାହିଁ । ବାଲିମେଳାରେ ୧୩%, ଇନ୍ଦ୍ରାବତୀରେ ୨୪% , କୋଲାବରେ ୨୮% ରହିଛି । ଚାଷଜମି ପାଇଁ ଯେତିକି ଆବଶ୍ୟକ ଜଳ ସେତେ ପରିମାଣର ଜଳ ଛଡାଯିବ। ଚଳିତ ବର୍ଷ ସୁବର୍ଣ୍ଣପୁରରେ ୧୧୦୦ ମିଲି ମିଟର ଅଧିକ ବର୍ଷା ହୋଇଛି । ସବୁଠୁ କମ ବର୍ଷା ଗଜପତିରେ ୨୮୪ ମିଲିମିଟର ବର୍ଷା ହୋଇଛି।










