ନୂଆଦିଲ୍ଲୀ: ଦେଶର ବଡ଼ ଆଇଟି କମ୍ପାନି ଇନ୍ଫୋସିସ ଉପରେ ଫ୍ରାନ୍ସ ଏକ ସରକାରୀ ଶ୍ରମ ପ୍ରାଧିକରଣ ଇଲ୍-ଦେ-ଫ୍ରାନ୍ସ ପକ୍ଷରୁ ୧,୭୫,୦୦୦ ୟୁରୋ ପ୍ରାୟ ୨କୋଟି ଟଙ୍କାର ଜରିମନା ଲାଗୁ କରାଯାଇଛି । ୟୁରୋପରେ କଡ଼ା ଶ୍ରମ ଆଇ ଥିବାବେଳେ ଆଇଟି କମ୍ପାନି ଇନ୍ଫୋସିସ୍ ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ସେପଟେ କମ୍ପାନି କହିଛି ଯେ ଜରିମନା ଏହାର ବ୍ୟବସାୟ କିମ୍ବା ଆର୍ଥିକ ପରିସ୍ଥିତି ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ୟୁରୋପରେ କମ୍ପାନି ନିଜ କର୍ମଚାରୀଙ୍କୁ ଧାର୍ୟ୍ୟ ସମୟଠାରୁ ଅଧିକ ସମୟ କାମ କରାଇ ପାରିବେ ନାହିଁ ବୋଲି କଡ଼ା ଶ୍ରମ ଆଇନ ରହିଛି । ଅତିରିକ୍ତ ପାରିଶ୍ରମିକ ନ ଦେବା ଯାଏ, କମ୍ପାନି କର୍ମଚାରୀଙ୍କୁ ଅଧିକ ସମୟ ଯାଏ କାମ କରାଇ ପାରିବ ନାହିଁ । ଯଦି କର୍ମଚାରୀ ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରାଇବାକୁ ଚାପ ପକାଉଥିଲେ, ତେବେ ଆଇନ ଅନୁଯାୟୀ କମ୍ପାନି ଉପରେ ଜରିମନା ଲାଗୁ କରାଯାଇଥାଏ ।










