33.8 C
Bhubaneswar
Monday, July 27, 2026
Homeଓଡିଶାଇଣ୍ଡିଆନ୍ ଆଇଡଲ-୧୬ର ଚାମ୍ପିଅନ୍ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ-୧୬ର ଚାମ୍ପିଅନ୍ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ

ଭୂବନେଶ୍ୱର:  ଜାତୀୟ ସ୍ତରୀୟ ଟେଲିଭିଜନ ରିୟଲିଟି ସୋ’ରେ ଓଡ଼ିଆ ଝିଅ ଚମକିଛନ୍ତି । ‘ଇଣ୍ଡିଆନ୍‌ ଆଇଡଲ’ର ୧୬ତମ ସଂସ୍କରଣରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ବଡ଼ ସଫଳତା ହାସଲ କରିଛନ୍ତି । ଜ୍ୟୋତିର୍ମୟୀ ‘ଇଣ୍ଡିଆନ୍‌ ଆଇଡଲ’ର ୧୬ତମ ସଂସ୍କରଣରେ ଚାମ୍ପିଅନ ହେବା ସହିତ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି । ଏହି ସୋ’ରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ (୨୪)ଙ୍କୁ ବିଜେତା ଘୋଷଣା କରାଯାଇଛି ଏବଂ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଜ୍ୟୋତିର୍ମୟୀ ୨୦ ଲକ୍ଷ ଟଙ୍କା ପୁରସ୍କାର ଜିତିଥିବା ବେଳେ, ସେ ତାଙ୍କର ବିଜୟର ଶ୍ରେୟ ସଂଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ଦେଇଛନ୍ତି । ସୋ’ରେ ତାଙ୍କର ୧୦ ମାସର ଯାତ୍ରା ବିଷୟରେ ଇଣ୍ଡିଆନ୍ ଆଇଡଲ୍ ୧୬ ବିଜେତା ଜ୍ୟୋତିର୍ମୟୀ ନାୟକ କହିଛନ୍ତି, ଏହି ଯାତ୍ରା ପ୍ରାୟ ଗୋଟିଏ ବର୍ଷ ହେଲାଣି। ସେ କେବେ ପୁରସ୍କାର ରାଶି ଜିତିବା ବିଷୟରେ ଭାବି ନଥିଲେ । କେବଳ ନଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଜୋର ଦେଇଥିଲେ ବୋଲି କହିଛନ୍ତି ଜ୍ୟୋତିର୍ମୟୀ ନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking