29.4 C
Bhubaneswar
Thursday, July 23, 2026
Homeଦେଶ ବିଦେଶ୨୪ ଘଣ୍ଟାରେ ଆନ୍ଦୋଳନକାରୀଙ୍କୁ ୪ ଥର ଆଲୋଚନା ପାଇଁ ଡକା ଗଲାଣି: ଜିତେନ୍ଦ୍ର ସିଂହ

୨୪ ଘଣ୍ଟାରେ ଆନ୍ଦୋଳନକାରୀଙ୍କୁ ୪ ଥର ଆଲୋଚନା ପାଇଁ ଡକା ଗଲାଣି: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ବରେ ଛାତ୍ରମାନେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆନ୍ଦୋଳନ କରୁଛନ୍ତି । ଶିକ୍ଷାବିତ୍‌ ସୋନମ୍‌ ୱାଙ୍ଗଚୁକ୍‌ ଛାତ୍ରଙ୍କ ସମର୍ଥନରେ ଜୁନ୍‌ ୨୮ ତାରିଖରୁ ଜନ୍ତରମନ୍ତରଠାରେ ଅନଶନ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ୱାଙ୍ଗଚୁକ୍‌ଙ୍କ ଅନଶନ ଜାରି ଥିବାବେଳେ ଛାତ୍ର ଆନ୍ଦୋଳନ ଧୀରେ ଧୀରେ ଦେଶର ଅନ୍ୟ ଭାଗକୁ ବ୍ୟାପିବାରେ ଲାଗିଛି । ସ୍ଥିତିକୁ ଦେଖି ସରକାର ଯେକୌଣସି ସମୟରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଦାବି କରିଛନ୍ତି ।

ଜିତେନ୍ଦ୍ର ସିଂହ କହିଛନ୍ତି, ଆନ୍ଦୋଳନକାରୀଙ୍କୁ ‌କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟରେ ଯେକୌଣସି ସମୟରେ ଆଲୋଚନା କରିବାକୁ ଆସିବାକୁ ପ୍ରସ୍ତାବ ଦିଆଯାଇଛି। ଆନ୍ଦୋଳନକାରୀଙ୍କୁ ଗତ ୨୪ ଘଣ୍ଟାରେ ୪ ଥର ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ସରକାରଙ୍କ ପ୍ରସ୍ତାବରେ ସିଜେପି ରାଜି ହୋଇନାହିଁ। ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି, ଯଦି ସରକାର କଥାବାର୍ତ୍ତା କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଜନ୍ତର ମନ୍ତରକୁ ଆସିବା ଉଚିତ୍ କିମ୍ବା କୌଣସି ନିରପେକ୍ଷ ସ୍ଥାନରେ ଆଲୋଚନା କରିବା ଉଚିତ୍। ଆମେ କାହାର ଘରକୁ କିମ୍ବା କାର୍ଯ୍ୟାଳୟକୁ ଯିବୁ ନାହିଁ। ଇତିମଧ୍ୟରେ ନୂଆଦିଲ୍ଲୀ ବ୍ୟବସାୟୀ ସଂଘ (ଏନଡିଟିଏ) ଗୁରୁବାର ସନ୍ଧ୍ୟା ୬ଟା ୩୦ ସୁଦ୍ଧା କନଟ୍ ପ୍ଲେସର ସମସ୍ତ ଦୋକାନ, କାର୍ଯ୍ୟାଳୟ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ବନ୍ଦ କରିବାକୁ ନିବେଦନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking