29.4 C
Bhubaneswar
Thursday, July 23, 2026
Homeଦେଶ ବିଦେଶଉଡ଼ାଣ ମଝିରେ ଅସୁସ୍ଥ ହେଲେ ୩ ପାଇଲଟ୍‌

ଉଡ଼ାଣ ମଝିରେ ଅସୁସ୍ଥ ହେଲେ ୩ ପାଇଲଟ୍‌

ହାଇଦ୍ରାବାଦ: ହାଇଦ୍ରାବାଦରୁ ଲଣ୍ଡନ ହିଥ୍ରୋ ଯାଉଥିବା ବ୍ରିଟିଶ ଏୟାରୱେଜ୍‌ର ଏକ ବିମାନର ତିନି ଜଣ ପାଇଲଟ ଉଡ଼ାଣ ମଝିରେ ଅସୁସ୍ଥ ହୋଇପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପାଇଲଟମାନେ ଲଣ୍ଡନକୁ ବିମାନ ଉଡ଼ାଣ ପୂର୍ବରୁ ପୂର୍ବଦିନ ରାତିରେ ହାଇଦ୍ରାବାଦରେ ଏକ ହୋଟେଲରେ ରହିଥିଲେ। ହୋଟେଲରେ ରହିବା ପରେ ସେମାନଙ୍କଠାରେ ଖାଦ୍ୟ ବିଷାକ୍ତ ଲକ୍ଷଣ ଦେଖାଯାଇଥିବା ଅନୁମାନ କରି ବ୍ରିଟିଶ ଏୟାରୱେଜ୍ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ହାଇଦ୍ରାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିବା ବ୍ରିଟିଶ ଏୟାରୱେଜ୍ ବିମାନ ବିଏ୨୭୬ ସହିତ ଜଡିତ ।

ଗଲ୍ଫ ନ୍ୟୁଜ୍‌ ଅନୁଯାୟୀ, ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ ଗୁରୁତର ହୋଇପଡ଼ିଥିଲେ। ୩୦,୦୦୦ ଫୁଟ ଉଚ୍ଚରେ ସେ ନିଜ ଦାୟିତ୍ବ ତୁଳାଇବାରେ ବିଫଳ ହୋଇପଡ଼ିଥିଲେ । ଲଣ୍ଡନରେ ବିମାନ ଅବତରଣ କରିବା ପରେ ପାଇଲଟଙ୍କୁ ଅମ୍ଳଜାନ ଦିଆଯାଇଥିଲା ଓ ତାଙ୍କର ଅନ୍ୟ ଚିକିତ୍ସା କରାଯାଇଥିଲା । ଅନ୍ୟ ଦୁଇ ପାଇଲଟ ଅସୁସ୍ଥ ଥିବା ସତ୍ତ୍ବେ ବିମାନ ଚଳାଇଥିଲେ । ବ୍ରିଟିଶ ଏୟାରୱେଜ୍ ଏକ ବିବୃତିରେ କହିଛି, ପାଇଲଟ ଅସୁସ୍ଥତା ହେବା ରିପୋର୍ଟ ପରେ କ୍ରୁଙ୍କ ରହଣିର ସମୀକ୍ଷା କରାଯାଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଉଡ଼ାଣ ପୂର୍ବରୁ ତିନି ଜଣ ପାଇଲଟ ହାଇଦ୍ରାବାଦର ଏକ ହୋଟେଲରେ ଏକାଠି ଜଳଖିଆ କରିଥିଲେ। ସେମାନେ ଏକ ବାହ୍ୟ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ବୋତଲ ପାଣି ମଧ୍ୟ ପିଇଥିଲେ । ତଦନ୍ତର ଏକ ଅଂଶ ଭାବରେ ବ୍ରିଟିଶ ଏୟାରୱେଜ୍‌ ହାଇଦ୍ରାବାଦ ହୋଟେଲ ବ୍ୟବସ୍ଥାର ସମୀକ୍ଷା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking