ଭୁବନେଶ୍ୱର: ପୁଣି ଅଶାନ୍ତ କଲେଜ କ୍ୟାମ୍ପସ୍ । ଏକ ଥାର୍ ଗାଡ଼ିରେ ଆସି କଲେଜ୍ କ୍ୟାମ୍ପସ୍ରେ ଭାଇଗିରି । ଛାତ୍ରଙ୍କୁ ଧମକ। ଏଭଳି ଘଟଣା ଦେଖିବାକୁ ମିଳିଛି ମହର୍ଷି କଲେଜ କ୍ୟାମ୍ପସ୍ ଭିତରେ। ଛାତ୍ରଙ୍କ ଅଭିଯୋଗ ପରେ ୬ ଜଣଙ୍କୁ କାବୁ କରିଛି ସହିଦନଗର ଥାନା ପୁଲିସ । ଥାନାରେ ଅଟକ ରଖି ୬ ଜଣଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ । ସେପଟେ ଥାର୍ ଗାଡ଼ିକୁ କ୍ୟାମ୍ପସ ଭିତରେ ଅଟକ ରଖିଥିଲେ ଛାତ୍ର। ଫାଟକରେ ସୁରକ୍ଷା ଅଧିକାରୀ ମୁତୟନ ରହିଥିବା ସତ୍ତ୍ୱେ କିଭଳି ଅନ୍ୟ କଲେଜ ଛାତ୍ର ଓ ଅଣଛାତ୍ର କ୍ୟାମ୍ପସ ଭିତରେ ପ୍ରବେଶ କଲେ, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଚାଲିଛି ତଦନ୍ତ ।










