ନୂଆଦିଲ୍ଲୀ: ୧୩୬ତମ ‘ମନ୍ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଯୁବପିଢ଼ି ହିଁ ଭାରତର ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ରେ ବିକ୍ରମ ୧ ଲଞ୍ଚକୁ ଐତିହାସିକ ସଫଳତା ବୋଲି କହିବା ସହ କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି । ଏହା ସହିତ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ‘ମନ୍ କି ବାତ’ର ୧୩୬ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ବର୍ଷାକୁ ଧରିବା ପାଇଁ, ଜୁଲାଇ ୪ରୁ ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରୁଣା ଜଳ ଉତ୍ସର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ଏକ ନୂତନ ପ୍ରେରଣା ଦିଆଯାଉଛି । ମୁଁ ବହୁତ ଖୁସି ଯେ ଲୋକମାନେ ସବୁଠି ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି, ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ ଏହାକୁ ସଫଳତାର ସମ୍ପର୍ଣ୍ଣ କରିଛନ୍ତି । ବର୍ଷା ପାଣିର ଗୋଟିଏ ଗୋଟିଏ ବୁନ୍ଦାକୁ ସଂରକ୍ଷିତ କରି ଜନ ଆନ୍ଦୋଳନରେ ପରିଣତ କରିବାକୁ ଅପିଲ୍ କିରିଥିଲା ଯାହା ସଫଳ ହୋଇଛି । କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମ ଅର୍ଥ ବହୁତ ସରଳ, ଯେଉଁଠି ବର୍ଷା ପାଣି ପଡିଲା ତାକୁ ସେହିଠାରେ ସଂରକ୍ଷଣ କରିବା।”
କାର୍ଗିଲ ବିଜୟ ଦିବସର ଜଣାଇଲେ ଶୁଭେଚ୍ଛା- ମନ୍ କି ବାତ୍ର ୨୭ତମ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ”ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ। ଯବାନଙ୍କ ବଳିଦାନ ପିଢିଙ୍କୁ ପ୍ରେରଣା ଦେବ । ଏହି ଦିନ ଆମକୁ ଗର୍ବିତ କରିଥାଏ । ମା ଭାରତୀଙ୍କ ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ ଆମେ ବୀର ଯବାନ । ” ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି, ପ୍ରତିରକ୍ଷା ଉତ୍ପାଦନ ହେଉ, ପ୍ରତିରକ୍ଷା ରପ୍ତାନି ହେଉ, କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ ରାଜନୈତିକ ସହଯୋଗ ହେଉ, ଭାରତ ନିରନ୍ତର ନୂତନ ଶିଖରରେ ପହଞ୍ଚିବାରେ ଲାଗିଛି । ମାସ ଆରମ୍ଭରେ, ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠାରେ ବ୍ରହ୍ମୋସ ଏବଂ ଆସ୍ତ୍ର କ୍ଷେପଣାସ୍ତ୍ର ପାଇଁ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିଛି ଦିନ ତଳେ ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ମହେନ୍ଦ୍ରଗିରି । ଭାରତର ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି । “










