28.5 C
Bhubaneswar
Saturday, July 25, 2026
Homeଓଡିଶାଜମି ବାଡ଼ି ବିବାଦ: ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ପିଟିପିଟି ହତ୍ୟା

ଜମି ବାଡ଼ି ବିବାଦ: ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ପିଟିପିଟି ହତ୍ୟା

କଳାହାଣ୍ଡି: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଆଗରେ ସ୍ବାମୀକୁ ପିଟିପିଟି ହତ୍ୟା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁମଜୋର ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ୫୦ ବର୍ଷୀୟ ସୁବେ ଶବର । ସୂଚନା ଅନୁସାରେ, ସୁବେ ଶବର ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ଶୁକ୍ରବାର ଚାଷ ଜମିକୁ କାମ ପାଇଁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୪ଟା ବେଳେ ଘରକୁ ଫେରୁଥିବା ସମୟରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଜଗନ୍ନାଥ ଶବର ଓ ଦେସେରାମ ଶବର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲାଠି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସୁବେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ସୁଦ୍ଧା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଜୟପାଟଣା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତ ଜଗନ୍ନାଥ ଓ ଦେସେରାମଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking