28.5 C
Bhubaneswar
Saturday, July 25, 2026
Homeଓଡିଶାସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା

ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା

କେନ୍ଦ୍ରାପଡା: ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା । କେନ୍ଦ୍ରାପଡା ମହାକାଳପଡା, ତିଖରୀ ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆସିଛି ।  ଚାମେଲୀଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ / ସଭ୍ୟଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି। ଯାହାର ଆଧାରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡା ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅନାସ୍ଥା ଭୋଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସଭ୍ୟ ମାନଙ୍କର ସ୍ବାକ୍ଷରର ସଠିକତା ଯାଞ୍ଚ କରିବା ନିମନ୍ତେ ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୩ ଟାରେ କେନ୍ଦ୍ରାପଡା ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ସମ୍ବର ୱାର୍ଡ ସଭ୍ୟ /ସଭ୍ୟ ମାନଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଯାଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଚାମେଲି କହିଛନ୍ତି ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking