28.9 C
Bhubaneswar
Friday, July 24, 2026
Homeଓଡିଶାଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ନନ୍ଦିଘୋଷ

ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ନନ୍ଦିଘୋଷ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ଜାରି ରହିଛି। ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତମାନଙ୍କର ସମାଗମ ହୋଇଛି। ମହାପ୍ରଭୁଙ୍କର ରଥଟାଣି ଭକ୍ତମାନେ କୃତକୃତ୍ୟ ହୋଇଛନ୍ତି। ଜନ୍ମବେଦିରେ ଲୀଳାଖେଳା ସାରି ଆଜି ମହାପ୍ରଭୁ ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବଡ଼ଠାକୁରଙ୍କର ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପରେ କାଳିଆ ସାଆନ୍ତ ମଧ୍ୟ ଆଗକୁ ବଢ଼ିଛନ୍ତି। ସନ୍ଧ୍ୟା ୫ଟା ୩୫ରେ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ଗଡ଼ିଛି। ଏକ ନିଆରା ଭକ୍ତିମୟ ପରିବେଶ ମଧ୍ୟରେ ତିନି ରଥଙ୍କୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି। ଅପରାହ୍‌ ୪ଟା ୩୦ରେ ବଡ଼ଠାକୁରଙ୍କ ତାଳଧ୍ବଜକୁ ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ। ରଥ ଉପରେ ‌ଗଜପତି ମହାରାଜା ଛେରାପହଁରା ନୀତି ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ କରିଥିଲେ। ତିନି ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କଲା ପରେ ଭକ୍ତମାନେ ହରିବୋଲ ସହିତ ଘଣ୍ଟ ବଜାଇ ତାଳଧ୍ବଜକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking