31.7 C
Bhubaneswar
Friday, July 24, 2026
Homeଦେଶ ବିଦେଶରାଜ୍ୟସଭାରେ 'ବନ୍ଦେ ମାତରମ୍' ସଂଶୋଧନ ବିଲ୍ ଉପସ୍ଥାପିତ

ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସଂଶୋଧନ ବିଲ୍ ଉପସ୍ଥାପିତ

ନୂଆଦିଲ୍ଲୀ : ସଂସଦର ବର୍ଷାକାଳୀନ ଅଧିବେଶନ ମଧ୍ୟରେ ‘ଜାତୀୟ ସମ୍ମାନର ଅପମାନ ନିବାରଣ ବିଧେୟକ-୨୦୨୬’ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି। ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଥିଲେ । ତେବେ ହଙ୍ଗାମା ଯୋଗୁଁ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇପାରିନଥିଲା । ଏହି ସଂଶୋଧନ ବିଲ୍‌ରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଓ ଜାତୀୟ ପତାକା ଭଳି ‘ବନ୍ଦେ ମାତରମ୍’କୁ ମଧ୍ୟ ଆଇନଗତ ସୁରକ୍ଷା ପ୍ରଦାନ କରିବାର ପ୍ରସ୍ତାବ ରହିଛି । ବିଲ୍‌ଟି ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେଲେ, ‘ବନ୍ଦେ ମାତରମ୍’ ଗାଇବାରେ ବାଧା ସୃଷ୍ଟି କରିବା କିମ୍ବା ଏହାର ଅପମାନ କରିବା ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ ।

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ । କେନ୍ଦ୍ର ସରକାର କହିଛନ୍ତି, ଜାତୀୟ ଗୀତର ସମ୍ମାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଆବଶ୍ୟକ । ଅନ୍ୟପଟେ, ବାମପନ୍ଥୀ ଦଳ ସମେତ କେତେକ ବିରୋଧୀ ଦଳ ଏହି ବିଲ୍‌କୁ ବିରୋଧ କରିଛନ୍ତି। ସେମାନଙ୍କ ବିରୋଧ ଓ ହଙ୍ଗାମା ଯୋଗୁଁ ରାଜ୍ୟସଭାର କାର୍ଯ୍ୟବାହୀ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଶେଷରେ ଉପସଭାପତି ହରିବଂଶ ସଦନର କାର୍ଯ୍ୟବାହୀକୁ ଜୁଲାଇ ୨୭, ସୋମବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହି ବିଲ୍ ବର୍ତ୍ତମାନ ସଂସଦର ବିଚାରାଧୀନ ରହିଛି । ଏହା ଆଇନରେ ପରିଣତ ହେବ କି ନାହିଁ, ତାହା ସଂସଦରେ ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ଓ ଭୋଟିଂ ଉପରେ ନିର୍ଭର କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking