31.7 C
Bhubaneswar
Friday, July 24, 2026
Homeଓଡିଶାବଲାଙ୍ଗିରରେ ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ବଲାଙ୍ଗିରରେ ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ବଲାଙ୍ଗିର: ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟକୁ ପର୍ଦ୍ଦାଫାଶ କରିବା ସହ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ କରିଛି ବିଭାଗ । ଏହି ମାମଲାରେ ଦୁଇଜଣ ଅଣ-ଓଡ଼ିଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ୧୨ ଚକିଆ ଟ୍ରକରେ ଶୁଖିଲା ମକା ବସ୍ତା ଭର୍ତ୍ତି କରାଯାଇ ତା’ ମଧ୍ୟରେ ଗଞ୍ଜେଇ ଚାଲାଣ କରାଯାଉଥିଲା। ଟ୍ରକରେ ୧୨ କ୍ୱିଣ୍ଟାଲ ମକା ଥିବା ନେଇ ବିଲ୍ ରହିଥିବା ବେଳେ, ଅବକାରୀ ବିଭାଗ ଚଢ଼ାଉ କରି ସେଥିରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଭପ୍ରୀତ ସିଂ ଓ ସତନାମ ସିଂ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏମାନେ ପ୍ରଥମେ ବିହାରରୁ ମକା ବୋଝେଇ କରି ଫୁଲବାଣୀକୁ ଆଣିଥିଲେ। ଫୁଲବାଣୀରେ ମକା ଅନଲୋଡ୍ କରିବା ପରେ ଗାଡ଼ିଟି ପୁଣି ଫୁଲବାଣୀରୁ ବିହାରର ପାଟନା ଅଭିମୁଖେ ଯାଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking