ଗଜପତି: ପରିତ୍ୟକ୍ତ ଘରେ ପୁଳାପୁଳା ମେଡିସିନ । ତା’ ପୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ । ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନାରୁ । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିସିନ ଷ୍ଟୋର ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ଓ ବାହାରେ ପଡ଼ିଛି କୁଢ଼ କୁଢ଼ ଔଷଧ । ବଡ଼ କଥା ହେଉଛି, ଅନେକ ଔଷଧର ଏକ୍ସପାୟାରି ତାରିଖ ମଧ୍ୟ ଶେଷ ହୋଇନାହିଁ । ତେବେ ଏହି ଔଷଧ କିଏ ଏବଂ କାହିଁକି ଏଭଳି ଫିଙ୍ଗିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି । ଯଦି ଏକ୍ସପାୟରି ତାରିଖ ସରିଯାଇଛି, ତାହେଲେ ନିୟମ ଅନୁସାରେ ନଷ୍ଟ ନକରି ଖୋଲାରେ କାହିଁକି ପକା ଯାଇଛି । ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।










