28.9 C
Bhubaneswar
Wednesday, July 22, 2026
Homeଓଡିଶାଆମ୍ବୁଲାନ୍ସ ମିଳିଲାନି, କାନ୍ଧରେ ଗଲା ମୃତଦେହ!

ଆମ୍ବୁଲାନ୍ସ ମିଳିଲାନି, କାନ୍ଧରେ ଗଲା ମୃତଦେହ!

କଣ୍ଟାବାଞ୍ଜି : ନା ମିଳିଲା ଆମ୍ବୁଲାନ୍ସ, ନା ମହାପ୍ରୟାଣ ଗାଡ଼ି । କାନ୍ଧରେ ବୋହିଲେ ମୃତଦେହ । ବଲାଙ୍ଗୀର କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟରୁ ଆସିଲା ଏଭଳି ଏକ ଅଭାବନୀୟ ଦୃଶ୍ୟ । ଜଣେ ମୃତ ବ୍ୟକ୍ତିଙ୍କ ଶବକୁ ପରିବାର ଲୋକ କାନ୍ଧରେ ବୋହି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ମିଳିନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମୃତଦେହକୁ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ପରିବାର ଲୋକ କାନ୍ଧରେ ବୋହି ହସ୍ପିଟାଲ ପରିସରରୁ ବାହାରକୁ ନେଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣା ସମ୍ପର୍କରେ ଆମ୍ବୁଲାନ୍ସ ଚାଳକ କହିଛନ୍ତି ଯେ, ମୃତଦେହ ହସ୍ପିଟାଲ ପରିସରରୁ ବାହାରିଯିବା ପରେ ତାଙ୍କ ନିକଟକୁ ଫୋନ୍ ଆସିଥିଲା । ପରେ ସେ ଆମ୍ବୁଲାନ୍ସ ନେଇ ପହଞ୍ଚି ମୃତଦେହକୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପହଞ୍ଚାଇଥିବା କହିଛନ୍ତି । ଅନ୍ୟପଟେ, ଘଟଣାକୁ ନେଇ ହସ୍ପିଟାଲର ମେଡିକାଲ ଅଫିସରଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ହସ୍ପିଟାଲ ପକ୍ଷରୁ ଠିକ୍ ସମୟରେ ସୁବିଧା ଯୋଗାଇ ଦିଆଯାଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking