28.9 C
Bhubaneswar
Wednesday, July 22, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀରର ଲାଲ ଚୌକରେ ଆତଙ୍କବାଦୀ ଆକ୍ରମଣ; ହେଡ କନଷ୍ଟେବଳ ସହିଦ

ଜମ୍ମୁ-କାଶ୍ମୀରର ଲାଲ ଚୌକରେ ଆତଙ୍କବାଦୀ ଆକ୍ରମଣ; ହେଡ କନଷ୍ଟେବଳ ସହିଦ

ଶ୍ରୀନଗର : ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଲାଲ ଚୌକ ନିକଟରେ ବୁଧବାର ଆତଙ୍କବାଦୀ ଆକ୍ରମଣରେ ଜଣେ ହେଡ୍ କନଷ୍ଟେବଲ୍ ଶହୀଦ୍ ହରାଇଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ କାଶ୍ମୀରର ଅନନ୍ତନାଗର ଲାଲ ଚୌକର କୋଟୱାଲ୍ ଗାଲିରେ ଏହି ଘଟଣା ଘଟିଛି, ଯେଉଁଠାରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଜଣ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ( ଏସଓଜି) କର୍ମଚାରୀ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଶହୀଦ ହୋଇଛନ୍ତି। ଆତଙ୍କବାଦୀମାନେ ରାସ୍ତାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇଥିବା ସୂଚନା ମିଳିଛି। ଘଟଣା ପରେ, ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଛି। ସହିଦ କନଷ୍ଟେବଲ୍ ଙ୍କୁ ଆଇଆର ତୃତୀୟ ବାଟାଲିୟନର ହେଡ୍ କନଷ୍ଟେବଲ୍ ଆଶିକ୍ ହୁସେନ ଭାବରେ ଚିହ୍ନଟ କରାଯାଇଛି, ଯିଏ ଜମ୍ମୁ କାଶ୍ମୀର ପୁଲିସରେ କାର୍ଯ୍ୟ କରିଥିଲେ। ଘଟଣା ସହିତ ଜଡିତ ଅଧିକାରୀମାନେ କହିଛନ୍ତି ଯେ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ପୁଲିସ ଦଳ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଜମ୍ମୁ କାଶ୍ମୀର ପୁଲିସର ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ସହିତ ନିୟୋଜିତ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ। ହେଡ୍ କନଷ୍ଟେବଲ୍ ଆଶିକ୍ ହୁସେନ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା, କିନ୍ତୁ ଆଶିକ୍‌ଙ୍କୁ ବଞ୍ଚାଯାଇ ପାରିନଥିଲା। ଗୁଳିବିନିମୟରେ ଆହତ ଅନ୍ୟ କର୍ମଚାରୀଙ୍କ ଚିକିତ୍ସା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking