30.6 C
Bhubaneswar
Tuesday, July 21, 2026
Homeଦେଶ ବିଦେଶତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଧନକାରଙ୍କ ଆତ୍ମହତ୍ୟା !

ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଧନକାରଙ୍କ ଆତ୍ମହତ୍ୟା !

ନୂଆଦିଲ୍ଲୀ: ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଧନକାରଙ୍କ ଆତ୍ମହତ୍ୟା । ନିଜ ଅଫିସ କ୍ୟାବିନ ଭିତରୁ ମୃତଦେହ ମିଳିଥିବା ସୂଚନା । ସୂଚନା ଅନୁସାରେ ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଧନକାରଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଥିଲା । ଖବର ପାଇ କିଛି ପୋଲିସ ଅଧ୍‌କାରୀ ତାଙ୍କୁ ତୁରନ୍ତ ଅଗରତାଲା ଜିବିପି ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହି ଦୁଃଖଦ କଥା ଶୁଣି ବରିଷ୍ଠ ସରକାରୀ ଅଧୀକାରୀ ଏବଂ ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ବଡ କଥା ହେଉଛି , କେଉଁ କାରଣରୁ ପୋଲିସ ଡିଜି ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ କରିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବେଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରାଜ୍ୟର ଶୀର୍ଷ ପୋଲିସ ଅଧୀକାରୀଙ୍କ ହଠାତ ମୃତ୍ୟୁ ଶୁଣିବା, ଏହା ପ୍ରଶାସନିକ ଏବଂ ଆଇନ ପ୍ରବର୍ତ୍ତମ ହଲରେ ଶୋକର ଛାୟା ଖେଳିଯାଇଛି । ତେବେ ତଦନ୍ତକାରୀମାନେ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବେ ବୋଲି ଆଶା କରାଯାଉଛି । ୧୯୯୪ ବ୍ୟାଚର ତ୍ରିପୁରା କ୍ୟାଡରର ଆଇପିଏସ ଅଧିକାରୀ ଅନୁରାଗ ଧନକର ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପରେ ମେ ୨୦୨୫ରେ ତ୍ରିପୁରାର ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking