25.6 C
Bhubaneswar
Tuesday, July 21, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ ନରୋତ୍ତମ ଜୁଆଙ୍ଗ (୪୮)।ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ସେ ଶନିବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଫଳରେ ସେ ଏକ ବିଲ ଭିତରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking