ପୁରୀ : ରଥଯାତ୍ରାର ଆଉ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି ପୁରୀ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । 2 ଟା 48 ରେ ପହଁଚିଲା ଦର୍ପଦଳନ ରଥ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ରଥ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିବା ପରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।’ହରିବୋଲ’ ଓ ‘ଜୟ ବଳଭଦ୍ର’ , ଜୟ ମା ସୁଭଦ୍ରା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ । ହଜାର ହଜାର ଭକ୍ତ ବଡ଼ଠାକୁରଙ୍କ ରଥର ଦର୍ଶନ କରିବା ସହ ରଥର ଦଉଡ଼ିରେ ହାତ ଲଗାଇବାକୁ ଉତ୍ସାହ ପ୍ରକାଶ କରିଥିଲେ ।ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା ଶରଧାବାଲି । ଏପଟେ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ ସୁରକ୍ଷାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ପୁଲିସ, ପ୍ରଶାସନ, ସେବାୟତ ଏବଂ ସ୍ୱେଚ୍ଛାସେବୀମାନଙ୍କ ସମନ୍ୱୟରେ ଭକ୍ତଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରାଯାଉଛି । ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ନେଇ ପୁରୀରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସଭିଙ୍କ ମୁଖରେ ଏବେ କେବଳ ଗୋଟିଏ ଧ୍ୱନି—”ଜୟ ଜଗନ୍ନାଥ” ।









