29.4 C
Bhubaneswar
Friday, July 17, 2026
Homeଓଡିଶାଶ୍ରୀଗୁଣ୍ଡିଚା ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ୱଜ

ଶ୍ରୀଗୁଣ୍ଡିଚା ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ୱଜ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡକୁ ଅଗ୍ରସର ହେଉଛି ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ରଥକୁ ଟାଣିବା ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଅପାର ଭିଡ । ରଥ ଦଉଡିରେ ହାତ ଲଗାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖଆଦେଇଛି ଅଦମ୍ୟ ଉତ୍ସାହ । ହରିବୋଲ, ଜୟ ବଳଭଦ୍ର, ହୁଳହୁଳି ଧ୍ୱନିରେ କମ୍ପୁଛି ସମଗ୍ର ବଡଦାଣ୍ଡ । ଭକ୍ତିର ଆବେଗ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧୀରେ ଧୀରେ ଆଗକୁ ବଢୁଛି ତାଳଧ୍ୱଜ ରଥ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପୁଲିସ, ପ୍ରଶାସନ ଓ ସେବାୟତମାନଙ୍କ ସମନ୍ୱୟରେ ଟଥଟଣା ସୁରୁଖୁରୁରେ ଚାଲିଛି । ଆଉ କିଛି ସମୟ ମଧ୍ୟରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ରଥଯାତ୍ରାର ଆଉ ଏକ ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking